ପାଠ୍ୟକ୍ରମୀୟ କାର୍ଯ୍ୟକଳାପ
- ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକ ହେଉଛି ମୂଳତଃ ଏକ କେନ୍ଦ୍ରୀୟ ଅନୁଦାନ-ଭିତ୍ତିକ ଯୋଜନା ଯାହା ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କଦ୍ୱାରା ନିଜସ୍ୱ ସମ୍ବଳରେ ପରିଚାଳିତ ହେବାକୁ ଲାଗିଲା । ଏହା ମାଧ୍ୟମରେ ସମସ୍ତଙ୍କ ପାଇଁ, ବିଶେଷକରି ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁଣାତ୍ମକ ଇଂରାଜୀ ମାଧ୍ୟମ ଶିକ୍ଷା ଉପଲବ୍ଧ ହେଉଛି । ଏହି ବିଦ୍ୟାଳୟଗୁଡ଼ିକ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ପୂର୍ଣ୍ଣ ସମ୍ପୃକ୍ତି ସହ ଶ୍ରେଣୀକକ୍ଷରେ, ପ୍ରୟୋଗଶାଳାରେ ଓ ଗ୍ରନ୍ଥାଗାରରେ ସି.ବି.ଏସ୍.ସି. ପାଠ୍ୟକ୍ରମ ଅନୁସାରେ ଭିନ୍ନ ଭିନ୍ନ ପାଠ୍ୟକ୍ରମ ଅନୁସରଣ କରୁଛି ।
ଲକ୍ଷ୍ୟ
- ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ସହ ସେମାନଙ୍କୁ ଆନନ୍ଦମୟ ପରିବେଶ ମଧ୍ୟରେ ଇଂରାଜୀରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ।
ଗ୍ରନ୍ଥାଗାର କାର୍ଯ୍ୟକଳାପ
- ଆମେ ପ୍ରତି ବିଦ୍ୟାଳୟରେ ଗ୍ରନ୍ଥାଗାର ସ୍ଥାପନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପୁସ୍ତକ ପଢ଼ିବାର ସୁବିଧା ଦେବା ମାଧ୍ୟମରେ ଉନ୍ନତ ଶିକ୍ଷା ପ୍ରଦାନ ସୁନିଶ୍ଚିତ କରୁଛୁ ।
ଶ୍ରେଣୀକକ୍ଷ କାର୍ଯ୍ୟକଳାପ
- ଓ. ଏ. ଭି. ଏସ. ପ୍ରତ୍ୟେକ ବିଦ୍ୟାଳୟର ଶ୍ରେଣୀଗୃହକୁ ସ୍ମାର୍ଟ ବୈଶିଷ୍ଟ୍ୟ-ସଂପନ୍ନ କରିପାରିଛି, ଯାହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆନନ୍ଦମୟ ଓ ସହଜ ଶିକ୍ଷାଲାଭ କରିପାରୁଛନ୍ତି । ଶ୍ରେଣୀକକ୍ଷରେ ବିବିଧ କାର୍ଯ୍ୟକଳାପ, ଯଥା- ଆଲୋଚନା, ଗୋଷ୍ଠୀ କାର୍ଯ୍ୟକଳାପ ଏବଂ ପ୍ରକଳ୍ପ ପ୍ରସ୍ତୁତି ଆଦିର ବ୍ୟବସ୍ଥା କରିଛୁ ଯାହା ମାଧ୍ୟମରେ ଛାତ୍ରଛାତ୍ରୀମାନେ କୌଣସି ବିଷୟକୁ ଭଲ ଭାବରେ ବୁଝି ହୃଦୟଙ୍ଗମ କରିପାରିବେ ।
ପ୍ରୟୋଗଶାଳା କାର୍ଯ୍ୟକଳାପ
- ଓ. ଏ. ଭି. ଏସ୍. ଏହାର ଛାତ୍ରଛାତ୍ରୀଙ୍କୁ ଅଭିଜ୍ଞତାମୂଳକ ଶିକ୍ଷା ଦେବା ନିମନ୍ତେ ପ୍ରତି ବିଦ୍ୟାଳୟରେ ଗୁଣାତ୍ମକ ପ୍ରୟୋଗଶାଳାମାନ ସ୍ଥାପନ କରିଛି । ପଦାର୍ଥବିଜ୍ଞାନ, ରସାୟନବିଜ୍ଞାନ, ଜୀବବିଜ୍ଞାନ ସହିତ କମ୍ପ୍ୟୁଟର ବିଜ୍ଞାନ ପ୍ରୟୋଗଶାଳା ସ୍ଥାପିତ ହୋଇଅଛି । ସି. ବି. ଏସ୍. ଇ. ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରୟୋଗଶାଳା କାର୍ଯ୍ୟକଳାପର ପରିଚାଳନା କରାଯାଉଛି ।
ସହ-ପାଠ୍ୟକ୍ରମୀୟ କାର୍ଯ୍ୟକଳାପ
- ସହ-ପାଠ୍ୟକ୍ରମୀୟ କାର୍ଯ୍ୟକଳାପ ହେଉଛି ସାହିତ୍ୟ ଓ ଚିତ୍ରକଳା ସହିତ ସମ୍ପର୍କିତ ଅଣ-ଶୈକ୍ଷଣିକ କାର୍ଯ୍ୟକଳାପ । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସଙ୍ଗୀତ, ନୃତ୍ୟ, କଳା ଓ ହସ୍ତଶିଳ୍ପ ସହିତ ପାଠ୍ୟକ୍ରମ-ବହିର୍ଭୁତ ବିଭିନ୍ନ କାର୍ଯ୍ୟକଳାପ ଚାଲିଥାଏ । ଏହି କାର୍ଯ୍ୟକଳାପଗୁଡ଼ିକ କେବଳ ଦକ୍ଷତା ବୃଦ୍ଧି କରେ ନାହିଁ, ବରଂ ଆତ୍ମବିଶ୍ୱାସ ବଢ଼ାଇବା ସହ ଏକାଗ୍ରତା ଶକ୍ତିକୁ ମଧ୍ୟ ଉନ୍ନତ କରିଥାଏ ।
ଲକ୍ଷ୍ୟ
- ଓ. ଏ. ଭି. ଏସ୍.ରେ ସହ-ପାଠ୍ୟକ୍ରମୀୟ କାର୍ଯ୍ୟକଳାପର ପ୍ରମୁଖ ଲକ୍ଷ୍ୟ ହେଉଛି ଓଡ଼ିଶାର ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଞ୍ଚଳର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଙ୍ଗୀତ ଓ ନୃତ୍ୟର ନିହିତ ପ୍ରତିଭାକୁ ପ୍ରୋତ୍ସାହିତ ଏବଂ ମାର୍ଜିତ କରିବା । ଏହା ରାଜ୍ୟର ସଂସ୍କୃତିକୁ ମଧ୍ୟ ପ୍ରୋତ୍ସାହିତ କରିବ ।
କ୍ଲବ୍
- ସହ-ପାଠ୍ୟକ୍ରମୀୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିବା ସକାଶେ ଆମେ ଅଧିକାଂଶ ବିଦ୍ୟାଳୟରେ ସଙ୍ଗୀତ କ୍ଲବ, ନୃତ୍ୟ କ୍ଲବ, ପରିବେଶ କ୍ଲବ, ଆଲୋଚନା କ୍ଲବ, ଖଗୋଳ ବିଦ୍ୟା କ୍ଲବ, ଗଣିତ କ୍ଲବ, କୁଇଜ୍ କ୍ଲବ ଇତ୍ୟାଦି ସ୍ଥାପନ କରିବା ସହ ଅବଶିଷ୍ଟ ବିଦ୍ୟାଳୟଗୁଡ଼ିକରେ ଏସବୁ ଆରମ୍ଭ କରିବା ପାଇଁ ଯୋଜନା କରୁଅଛୁ ।
ପାଠ୍ୟକ୍ରମ-ବହିର୍ଭୁତ କାର୍ଯ୍ୟକଳାପ
- ପାଠ୍ୟକ୍ରମ-ବହିର୍ଭୁତ କାର୍ଯ୍ୟକଳାପ ହେଉଛି ପାରମ୍ପରିକଭାବେ ଯେଉଁସବୁ କାର୍ଯ୍ୟ ବିଦ୍ୟାଳୟ ପାଠ୍ୟକ୍ରମର ପରିଧି ବାହାରେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଦ୍ୟାଳୟ ମଧ୍ୟରେ ହେଉଥିବା ପ୍ରତିଯୋଗିତା, ଯଥା- ତର୍କ ପ୍ରତିଯୋଗିତା, କ୍ରୀଡ଼ା ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା, ରଚନା ଲିଖନ ପ୍ରତିଯୋଗିତା, ସମ୍ବାଦ ଲିଖନ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା ଇତ୍ୟାଦିରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରାଯାଉଛି ।
ଲକ୍ଷ୍ୟ
- ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମୀୟ କାର୍ଯ୍ୟକଳାପର ଶୃଙ୍ଖଳା ଭିତରେ ସୀମିତ କରି ରଖିବା ଆମର ଲକ୍ଷ୍ୟ ନୁହେଁ । ଏହାର ବାହାରକୁ ବାହାରି ସେମାନେ ଆତ୍ମପ୍ରତ୍ୟୟରେ ପ୍ରତିଷ୍ଠିତ ହୁଅନ୍ତୁ । ଆମେ ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ କରିବାକୁ ଯୋଜନା କରୁଛୁ ଯେଉଁଥିରେ ଆମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ । ସମସ୍ତ ଓ.ଏ.ଭି. ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବା ଭଳି ଆମେ ଅନ୍ତର୍ବିଦ୍ୟାଳୟ ପ୍ରତିଯୋଗିତାମାନ ମଧ୍ୟ ଆୟୋଜନ କରୁଛୁ ।