କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ଭାରତ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓ.ଏ.ଭି.ଏସ୍‍.) ବିଦ୍ୟାଳୟଗୁଡ଼ିକ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସି.ବି.ଏସ୍‍.ସି.), ନୂଆଦିଲ୍ଲୀ ସହିତ ଅନୁବନ୍ଧିତ । ଏହା ସମସ୍ତ ବିଷୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ମାଧ୍ୟମିକ ଓ ଉଚ୍ଚତର ମାଧ୍ୟମିକ ପାଠ୍ୟକ୍ରମକୁ କାର୍ଯ୍ୟାନ୍ୱିତ କରିଥାଏ । ସି.ବି.ଏସ୍‍.ଇ. ହେଉଛି ଏକ ଜାତୀୟ ସ୍ତରର ଶିକ୍ଷା ପରିଷଦ, ଯାହାକି ଭାରତ ସରକାରଙ୍କଦ୍ୱାରା ନିୟନ୍ତ୍ରିତ ତଥା ପରିଚାଳିତ ହୋଇଥାଏ ଏବଂ ଏହା ଏନ.ସି.ଇ.ଆର୍‍.ଟି. (NCERT)ଦ୍ୱାରା ଅନୁମୋଦିତ ପାଠ୍ୟକ୍ରମ ଅନୁସରଣ କରିଥାଏ ।