ଦୃଷ୍ଟିକୋଣ
ଓଡ଼ିଶାର ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସଂଗଠନର ଉଦ୍ଦେଶ୍ୟ ଅଟେ।
ଲକ୍ଷ୍ୟ
ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ସମଗ୍ର ଦେଶପାଇଁ ଏକ ଅନୁକରଣୀୟ ବିଦ୍ୟାଳୟରେ ପରିଣତ କରିବା ।
ଉଦ୍ଦେଶ୍ୟ
- ପ୍ରତ୍ୟେକ ବ୍ଲକରେ ଗୋଟିଏ ମଡେଲ୍ ସି.ବି.ଏସ୍.ଇ.-ଇଂରାଜୀ-ମାଧ୍ୟମ ବିଦ୍ୟାଳୟ ସ୍ଥାପନ କରିବା ।
- ସୁସ୍ପଷ୍ଟ ତଥ୍ୟପୁସ୍ତିକା ଅନ୍ତର୍ଗତ ବିଧି ଏବଂ ମାନକ ସଂଚାଳନ ପ୍ରକ୍ରିୟା (SOP) ମାଧ୍ୟମରେ ଶିକ୍ଷାଦାନ ଏବଂ ଶିକ୍ଷଣ ପ୍ରକ୍ରିୟାର ସମାନକରଣ ।
- ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରି ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରଦାନ କରିବା ।
- ଶିକ୍ଷାଦାନ, କ୍ରୀଡ଼ା, ବ୍ୟକ୍ତିତ୍ୱ ବିକାଶ ଏବଂ କ୍ୟାରିଅର ବିକାଶ ଉପରେ ବିଶେଷତା ଦେବା ।
- ଛାତ୍ରଛାତ୍ରୀମାନଙ୍କୁ ଜୀବନ ଦକ୍ଷତା ଏବଂ ଜୀବନ ରକ୍ଷା ଦକ୍ଷତାରେ ପ୍ରଶିକ୍ଷଣ ଦେବା ।
- ପ୍ରତ୍ୟେକ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଏବଂ ଗୁଣାତ୍ମକ ଭିତ୍ତି ସରଞ୍ଚନା ସୁବିଧା ସହିତ ଆଇ.ସି.ଟି. ପ୍ରୟୋଗଶାଳାର ବ୍ୟବସ୍ଥା ।
- ଏକ ନେତୃସ୍ଥାନୀୟ ବିଦ୍ୟାଳୟଭାବେ କାମ କରିବା ଏବଂ ପାଖଆଖ ବିଦ୍ୟାଳୟଗୁଡ଼ିକୁ ସହଯୋଗ ପ୍ରଦାନ କରିବା ।
- ନିମ୍ନଆୟ ବର୍ଗ ପରିବାରର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଇଂରାଜୀ-ମାଧ୍ୟମ ଶିକ୍ଷା ପ୍ରଦାନ କରିବା ।
- ଶିକ୍ଷଣ ସାମର୍ଥ୍ୟ ଏବଂ ଫଳାଫଳ ଉପରେ ଗୁରୁତ୍ୱ ଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଉପରେ ଧ୍ୟାନ କେନ୍ଦ୍ରିଭୂତ କରିବା ।
- ଦେଶର ପ୍ରତ୍ୟେକ ଅଞ୍ଚଳରେ ଅନୁକୃତ ହୋଇପାରିବା ଭଳି ଏକ ଶିକ୍ଷା ନମୁନା ପ୍ରସ୍ତୁତ କରିବା ।
- ଦେଶ ଏବଂ ବିଶ୍ବର ସର୍ବୋତ୍ତମ ଶିକ୍ଷା ବ୍ୟବସ୍ଥାଗୁଡ଼ିକର ନିର୍ଯ୍ୟାସକୁ ଆଦର୍ଶ ବିଦ୍ୟାଳୟ ବ୍ୟବସ୍ଥାରେ ସାମିଲ କରିବା ।
- ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ବୃତ୍ତିଗତ ଲକ୍ଷ୍ୟପ୍ରାପ୍ତି ପାଇଁ ବାହ୍ୟ ସଂସ୍ପର୍ଶରେ ଆସିବାର ସୁଯୋଗ ପ୍ରଦାନ କରିବା ।